Aakhi Dui Jadi Habure

ଏ କାଳିଆ...

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି

ଲାଗି-ଲାଗି ଥିବି ପତାରେ ପତାରେ
ଲାଗି-ଲାଗି ଥିବି ପତାରେ ପତାରେ

ତୋ ଆଖିରେ...
ତୋ ଆଖିରେ ରହିଥିବି, କଜଳଗାର ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
କଜଳଗାର ମୁଁ ହେବି
ଗଳାଟିଏ ଯଦି ହବୁ ରେ ତୁଳସୀ ମାଳ ମୁଁ ହେବି
ମୋତେ ତୁ ଗଳାରେ ପିନ୍ଧିବୁ, ତୋ ଗଳାରେ ଝୁଲୁଥିବି
ଗଳାଟିଏ ଯଦି ହବୁ ରେ ତୁଳସୀ ମାଳ ମୁଁ ହେବି
ମୋତେ ତୁ ଗଳାରେ ପିନ୍ଧିବୁ, ତୋ ଗଳାରେ ଝୁଲୁଥିବି

ଏ କାଳିଆ...

ମଥାଟିଏ ଯଦି ହବୁ ରେ, ଚନ୍ଦନ ଟିପା ମୁଁ ହେବି
ମଥାଟିଏ ଯଦି ହବୁ ରେ, ଚନ୍ଦନ ଟିପା ମୁଁ ହେବି

କଳା କପାଳକୁ ଚନ୍ଦନେ ଚନ୍ଦନେ
କଳା କପାଳକୁ ଚନ୍ଦନେ ଚନ୍ଦନେ

ଟିପି-ଟିପି...
ଟିପି-ଟିପି ସଜେଇଦେବି, ଚନ୍ଦନ ଟିପା ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
କଜଳଗାର ମୁଁ ହେବି
ଓଠଟିଏ ଯଦି ହବୁ ରେ, ବଇଁଶୀଟିଏ ମୁଁ ହେବି
ତୋ ଓଠରେ ଲାଖିଥିବି, ସୁରେ ସୁରେ ବାଜୁଥିବି
ଓଠଟିଏ ଯଦି ହବୁ ରେ, ବଇଁଶୀଟିଏ ମୁଁ ହେବି
ତୋ ଓଠରେ ଲାଖିଥିବି, ସୁରେ ସୁରେ ବାଜୁଥିବି

ଏ କାଳିଆ...

ଦେହଟିଏ ଯଦି ହବୁ ରେ, ଫଗୁ-ଅଭିର ମୁଁ ହେବି
ଦେହଟିଏ ଯଦି ହବୁ ରେ, ଫଗୁ-ଅଭିର ମୁଁ ହେବି

କଳା ଶ୍ରୀଅଙ୍ଗକୁ ନାଲିରେ ନାଲିରେ
କଳା ଶ୍ରୀଅଙ୍ଗକୁ ନାଲିରେ ନାଲିରେ

ମୋ ରଙ୍ଗରେ...
ମୋ ରଙ୍ଗରେ ରଙ୍ଗେଇଦେବି, ଫଗୁ-ଅଭିର ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
କଜଳଗାର ମୁଁ ହେବି
ହାତ ଦୁଇ ଯଦି ହବୁ ରେ, ଚୁଡ଼ି ଦିପଟ ମୁଁ ହେବି
ଏ ହାତେ ସେ ହାତେ ରହିବି, ରୁଣୁଝୁଣୁ ହଉଥିବି
ହାତ ଦୁଇ ଯଦି ହବୁ ରେ, ଚୁଡ଼ି ଦିପଟ ମୁଁ ହେବି
ଏ ହାତେ ସେ ହାତେ ରହିବି, ରୁଣୁଝୁଣୁ ହଉଥିବି

ଏ କାଳିଆ...

ପାଦ ଦୁଇ ଯଦି ହବୁ ରେ, ପାଉଁଜି ହଳେ ମୁଁ ହେବି
ପାଦ ଦୁଇ ଯଦି ହବୁ ରେ, ପାଉଁଜି ହଳେ ମୁଁ ହେବି

ଦୁଇ ପାଦେ ତୋର ବନ୍ଧା ହୋଇଥିବି
ଦୁଇ ପାଦେ ତୋର ବନ୍ଧା ହୋଇଥିବି

ଶ୍ରୀ ପାଦରେ...
ଶ୍ରୀ ପାଦରେ ରହିଥିବି, ପାଉଁଜି ହଳେ ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି

ଲାଗି-ଲାଗି ଥିବି ପତାରେ ପତାରେ
ଲାଗି-ଲାଗି ଥିବି ପତାରେ ପତାରେ

ତୋ ଆଖିରେ...
ତୋ ଆଖିରେ ରହିଥିବି, କଜଳଗାର ମୁଁ ହେବି

ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
ଆଖି ଦୁଇ ଯଦି ହବୁ ରେ, କଜଳଗାର ମୁଁ ହେବି
କଜଳଗାର ମୁଁ ହେବି
କଜଳଗାର ମୁଁ ହେବି



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link