To Aagare Kichhi Dhoopa

ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ
ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ

ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ
ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ

ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବି
ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ

ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ ରେ, କାଳିଆ, କାଳିଆ

ତୋ ଆଗେ ହରି ବୋଲ, ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା
ତୋ ଆଗେ ହରି ବୋଲ, ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା

ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର

ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି
ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି
ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି
ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି

ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ ରେ, କାଳିଆ, କାଳିଆ

ତୋ ଚାରି ପାଖେ ଲୋକ, ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ, ଲୋଡ଼ା ମୋ ପାଇଁ କାଠ
ତୋ ଚାରି ପାଖେ ଲୋକ, ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ, ଲୋଡ଼ା ମୋ ପାଇଁ କାଠ

ଝରିବ ଲୁହ ତୋ ପାଇଁ, ଝରିବ ଲୁହ ମୋ ପାଇଁ

ତତେ ନଡ଼ିଆ ଫିଙ୍ଗିବେ, ମୋତେ ଖଇ ଫିଙ୍ଗୁଥିବେ
ତତେ ଟେକି ଟେକି ନେବେ, ମୋତେ ଟେକି ଟେକି ନେବେ

ତୁ ରଥରେ ଚଢ଼ିବୁ, ମୁଁ ଜୁଇରେ ଚଢ଼ିବି
ତୁ ବାହୁଡ଼ି ଆସିବୁ, ମୁଁ ମାଟିରେ ମିଶିବି

ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ୱାର ଯିବି
ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ବର୍ଗଦ୍ବାର ଯିବି

କାଳିଆ ରେ, କାଳିଆ ରେ
କାଳିଆ ରେ, କାଳିଆ ରେ, କାଳିଆ ରେ, କାଳିଆ ରେ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link