To Kala Muha

ତୋ କଳାମୁହଁକୁ ଭୁଲି ପାରୁନି
ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି
ତୋ କଳାମୁହଁକୁ ଭୁଲି ପାରୁନି
ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି

ତୋ ବନ୍ଧୁ ବୋଲି ମତେ ଗଣିଦେ
ତୋ ଦାସପଣେ ମତେ କିଣିଦେ

ତୋ ଶରଧା ବାଲିରେ ଗଡ଼େଇଦେ
ତୋ ନରେନ୍ଦ୍ର ଜଳରେ ବୁଡ଼େଇଦେ
ତୋ ନନ୍ଦିଘୋଷ ରେ ଚଢ଼େଇଦେ
କୈବଲ୍ୟ ପସରା ବଢ଼େଇଦେ

ତୋ କଳାମୁହଁକୁ ଭୁଲି ପାରୁନି

ଅମଡ଼ା ବାଟର ଅଜଣା ବାଟୋଇ
ଆଜି ମୁଁ ପଡ଼ିଛି ଥକି
ଜୀବନ ମରୁରେ ମିଳିଯାଏ ଜଳ
ଦେଖିଦେଲେ ଚକାଆଖି

ହୋ, ତତେ ଦେଖିଦେଲେ ତୋର ହେଇଯାଏ
ମିଛ ମାୟାର ଏ ସଂସାର
ପ୍ରଶ୍ନ ଆଗରୁ ଉତ୍ତର ମିଳିବ
ଛୁଇଁଦେଲେ ସିଂହଦ୍ୱାର

ତୋ କରୁଣାର ରେଣୁ ବୋଳିଦେ
ତୋ କୃପାର କଳସୀ ଢ଼ାଳିଦେ

ତୋ ଶରଧା ବାଲିରେ ଗଡ଼େଇଦେ
ତୋ ନରେନ୍ଦ୍ର ଜଳରେ ବୁଡ଼େଇଦେ
ତୋ ନନ୍ଦିଘୋଷ ରେ ଚଢ଼େଇଦେ
କୈବଲ୍ୟ ପସରା ବଢ଼େଇଦେ

ତୋ କଳାମୁହଁକୁ ଭୁଲି ପାରୁନି

ନିଜର ବୋଲି ମୁଁ ଜଣକୁ ତ ଜାଣେ
ତୁ ଏକା ସବୁ ମୋର
ଘର ମୋର ବଡ଼ଦାଣ୍ଡକୁ ଭାବିଛି
ଶେଯ ମୋର ସ୍ୱର୍ଗଦ୍ୱାର

ଝାଉଁଳା ଆଖିରେ ନିଦ ଆସିଗଲେ
ଦିଶିଯାଏ କଳାମୁହଁ
ଝରେଇଦେ ତୋ ଚକା ନୟନରୁ
ମୋ ପାଇଁ ଦି ଟୋପା ଲୁହ

ମୋ ତୁଣ୍ଡରେ ନିର୍ମାଲ୍ୟ ଆଣିଦେ
ତୁ ମୁକତି ମୁରୁଜ ବୁଣିଦେ

ତୋ ଛଡ଼ା ତୁଳସୀ କୁଢ଼େଇ ଦେ
ତୋ ପତିତପାବନ ଘୋଡେ଼ଇ ଦେ
ତୋ ନନ୍ଦିଘୋଷ କାଠ ବଢ଼େଇ ଦେ
ମୋ ପାପ କଳସ ବାଡ଼େଇ ଦେ

ତୋ କଳାମୁହଁକୁ ଭୁଲି ପାରୁନି
ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି

ତୋ ବନ୍ଧୁ ବୋଲି ମତେ ଗଣିଦେ
ତୋ ଦାସପଣେ ମତେ କିଣିଦେ

ତୋ ଶରଧା ବାଲିରେ ଗଡ଼େଇଦେ
ତୋ ନରେନ୍ଦ୍ର ଜଳରେ ବୁଡ଼େଇଦେ
ତୋ ନନ୍ଦିଘୋଷ ରେ ଚଢ଼େଇଦେ
କୈବଲ୍ୟ ପସରା ବଢ଼େଇଦେ

ତୋ କଳାମୁହଁକୁ ଭୁଲି ପାରୁନି
ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି



Credits
Writer(s): Kali Prasanna, Shakti Prasanna
Lyrics powered by www.musixmatch.com

Link