Kadali Patara

କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି

ଆନନ୍ଦ ବଜାରେ ଖାଇଲି ଅଭଡ଼ା
ଆନନ୍ଦ ବଜାରେ ଖାଇଲି ଅଭଡ଼ା
ନାଚିଲି ଆନନ୍ଦେ ମାରି ହାତତାଳି

ଆଲୋ କାଇଁଚ ମାଳି
ଆଲୋ କାଇଁଚ ମାଳି, କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି

ଶରଧାବାଲି ଗଲି ମୁଁ ଚାଲି, ଘରଦୁଆର ସବୁ ଭୁଲି
ତେତିଶି କୋଟି ଦିଅଁ ଦେଖିଲି, ବଡଦେଉଳ ବେଢ଼ା ବୁଲି
ଶରଧାବାଲି ଗଲି ମୁଁ ଚାଲି, ଘରଦୁଆର ସବୁ ଭୁଲି
ତେତିଶି କୋଟି ଦିଅଁ ଦେଖିଲି, ବଡଦେଉଳ ବେଢ଼ା ବୁଲି

ହାତ ଯୋଡ଼ିଲି ଭକତି ମନେ
ହାତ ଯୋଡ଼ିଲି ଭକତି ମନେ
ଗରୁଡ଼ ପାଖରେ ଦୀପଟିଏ ଜାଳି

ଆଲୋ କାଇଁଚ ମାଳି
ଆଲୋ କାଇଁଚ ମାଳି, କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି

ପୁରୀରେ ଜଗା ପୁରୁଷୋତ୍ତମ, ଦେଖିଲି କ୍ଷେତ୍ର ପୁଣ୍ୟଧାମ
ହୋଇଲି ଧନ୍ୟ ଭଜି ତା ନାମ, ସେ ହରେକୃଷ୍ଣ ହରେରାମ
ପୁରୀରେ ଜଗା ପୁରୁଷୋତ୍ତମ, ଦେଖିଲି କ୍ଷେତ୍ର ପୁଣ୍ୟଧାମ
ହୋଇଲି ଧନ୍ୟ ଭଜି ତା ନାମ, ସେ ହରେକୃଷ୍ଣ ହରେରାମ

ଦୁଃଖ ଜଣେଇ, ସୁଖ ପାଇଲି
ଦୁଃଖ ଜଣେଇ, ସୁଖ ପାଇଲି
ତା ପାଦ ଧୋଇଲି ଲୁହ ମୋର ଢ଼ାଳି

ଆଲୋ କାଇଁଚ ମାଳି
ଆଲୋ କାଇଁଚ ମାଳି, କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି
କଦଳି ପତର ସୁନାଥାଳି, ଆଲୋ କାଇଁଚ ମାଳି

ଆନନ୍ଦ ବଜାରେ ଖାଇଲି ଅଭଡ଼ା
ଆନନ୍ଦ ବଜାରେ ଖାଇଲି ଅଭଡ଼ା
ନାଚିଲି ଆନନ୍ଦେ ମାରି ହାତତାଳି

ଆଲୋ କାଇଁଚ ମାଳି
ଆଲୋ କାଇଁଚ ମାଳି, କାଇଁଚ ମାଳି
କାଇଁଚ ମାଳି, କାଇଁଚ ମାଳି



Credits
Writer(s): Sanjay, Arun Mantrai
Lyrics powered by www.musixmatch.com

Link