Aa Alo Kaala Malli

ଆ,ଆ ଲୋ କଳା ମଲ୍ଲି
ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ
ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ

ସଜ-ବାଜ ହୋଇ ବେଗି ଆଲୋ ଝଟକି
ହସିଲେଣି ସୂରୂଜ ଲୋ ପାହିଲା ରାତି
ସଜ-ବାଜ ହୋଇ ବେଗି ଆଲୋ ଝଟକି
ହସିଲେଣି ସୂରୂଜ ଲୋ ପାହିଲା ରାତି

ଶ୍ରୀକ୍ଷେତ୍ର ଯାଇ ଦେଖିବା ଲୋ ଶଇ ସେଇ ତିନି ମୂରତି, ତିନି ମୂରତି

ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ

ସୁଲୁ-ସୁଲୁ ବହେ ପୁରୀ ପବନ
ବାସେ ଘିଅ ଦୀପ ବାସେ ଚନ୍ଦନ
ସୁଲୁ-ସୁଲୁ ବହେ ପୁରୀ ପବନ
ବାସେ ଘିଅ ଦୀପ ବାସେ ଚନ୍ଦନ

ଆନନ୍ଦ ବଜାରେ ଆମେ ଅବଢ଼ା ଖାଇ
ଦେଉଳ ବେଢ଼ା ରେ ଆମେ ଗଡ଼ିବା ଯାଇ
ଆନନ୍ଦ ବଜାରେ ଆମେ ଅବଢ଼ା ଖାଇ
ଦେଉଳ ବେଢ଼ା ରେ ଆମେ ଗଡ଼ିବା ଯାଇ

ସଞ୍ଜ ଗଲେ ନଇଁ ଦେଖିବା ଲୋ ପୁଣି ତାର ସନ୍ଧ୍ୟା ଆଳତି

ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ

ଏତେ ଦିନ ପରେ ଲାଗିଲା ଡ଼ୋରି
କାହିଁ ପାଇଁ ଆମେ ଯିବା ଲୋ ଫେରି
ଏତେ ଦିନ ପରେ ଲାଗିଲା ଡ଼ୋରି
କାହିଁ ପାଇଁ ଆମେ ଯିବା ଲୋ ଫେରି

ଛାଡ଼ି ଯିବା ଲାଗି ଜମା ବଳୁନି ମନ
କରୁଥିବା ରହି ଆମେ ନିତି ଦର୍ଶନ
ଛାଡ଼ି ଯିବା ଲାଗି ଜମା ବଳୁନି ମନ
କରୁଥିବା ରହି ଆମେ ନିତି ଦର୍ଶନ

ପାଦ ଦେବା କରି ଦିନ ଯାଉ ସରି ତାର ନାମକୁ ଚିନ୍ତି, ନାମକୁ ଚିନ୍ତି

ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ
ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ

ସଜ-ବାଜ ହୋଇ ବେଗି ଆଲୋ ଝଟକି
ହସିଲେଣି ସୂରୂଜ ଲୋ ପାହିଲା ରାତି
ସଜ-ବାଜ ହୋଇ ବେଗି ଆଲୋ ଝଟକି
ହସିଲେଣି ସୂରୂଜ ଲୋ ପାହିଲା ରାତି

ଶ୍ରୀକ୍ଷେତ୍ର ଯାଇ ଦେଖିବା ଲୋ ଶଇ ସେଇ ତିନି ମୂରତି, ତିନି ମୂରତି

ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ

ଆ,ଆ ଲୋ କଳା ମଲ୍ଲି ମଧୁମାଳତୀ
ଆ,ଆ ଲୋ ଚିନିଚମ୍ପା ଆଲୋ ସେବତୀ



Credits
Writer(s): Sanjay, Surya Mishra
Lyrics powered by www.musixmatch.com

Link