Mu Eka Asarani

ମୁଁ ଏକ ଅସରନ୍ତି ଲୁହର ସନ୍ଧ୍ୟା

ମୁଁ ଏକ ଅସରନ୍ତି ଲୁହର ସନ୍ଧ୍ୟା
ଦେଇଥିଲ ଯା'ର ନା', ରଜନୀଗନ୍ଧା

ଉଦାସୀ ନୀଳ ଆକାଶ
ଉଦାସୀ ସବୁଜ ବନ
ହୋ, ଉଦାସୀ ନୀଳ ଆକାଶ
ଉଦାସୀ ସବୁଜ ବନ

ସବୁଠୁ ବେଶୀ ଉଦାସୀ ମୋର ଏ ଅବୁଝା ମନ
ଯେ ଆଖିରେ ଥିଲା ଦିନେ ସପନର ଭିଡ଼
ସେ ଭିଡ଼ରେ ହଜିଗଲା ଦୁହିଁଙ୍କର ନୀଡ଼
ଏକା ଆଜି ଚପଳ ଛନ୍ଦା, ରଜନୀଗନ୍ଧା

ମୁଁ ଏକ ଅସରନ୍ତି ଲୁହର ସନ୍ଧ୍ୟା
ଦେଇଥିଲ ଯା'ର ନା', ରଜନୀଗନ୍ଧା
ରଜନୀଗନ୍ଧା, ରଜନୀଗନ୍ଧା

ତୁମ ସେ ଭିତର ଢେଉ
ଅଳସ ଆଜି ଭାଙ୍ଗେନା
ହୋ, ତୁମ ସେ ଭିତର ଢେଉ
ଅଳସ ଆଜି ଭାଙ୍ଗେନା

ରୁମଝୁମ୍ ପାଦରେ ମୋର ଘୁଙ୍ଗୁର ବି ବାଜେନା
ଏ ଜୀବନେ କେତେ ଝଡ଼, ଥିଲା କେତେ ବାଧା
ଗଳ୍ପ ଆମ ସରିଲାନି ରହିଗଲା ବାଧା
ଝୁରେ ଆଜି ଅଳକାନନ୍ଦା, ରଜନୀଗନ୍ଧା

ମୁଁ ଏକ ଅସରନ୍ତି ଲୁହର ସନ୍ଧ୍ୟା
ଦେଇଥିଲ ଯା'ର ନା', ରଜନୀଗନ୍ଧା
ରଜନୀଗନ୍ଧା, ରଜନୀଗନ୍ଧା



Credits
Writer(s): Nizam, Subash Ram
Lyrics powered by www.musixmatch.com

Link