Bhija Bhija Rasta Re

ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି
ହୋ, ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି

ଗଲୁ ଯଉ ବାଟରେ, ଆ ଫେରି ସେ ବାଟରେ
ଗଲୁ ଯଉ ବାଟରେ, ଆ ଫେରି ସେ ବାଟରେ

ତୁ ବୋଧେ ଜାଣିନୁ ତୋ ପାଇଁ ମୁଁ ଜିଇଁଛି

ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି
ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି

ରାତିରେ ଆଖିରେ ସପନେ ଆସୁଛୁ
ସକାଳ, ସଞ୍ଜରେ ତୁ ମନେ ପଡୁଛୁ
ଗଲା ବେଳେ କାଇଁ କହିଲୁନି
ରାଗିଛୁ ନା ରୁଷିଛୁ

ଏକା-ଏକା ଦରିଆ କୂଳେ ତୋ ବାଟ ଚାହିଁ ରହିଛି
ଅଛୁ କହ କେଉଁଠି?
ଅଛୁ କହ କେମିତି?

ଦେଖିଯା ଆସି ମୁଁ ହାରିଛି ନା ଜିତିଛି

ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି
ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି

ତୋ ବିନା କାହାଣୀ ଲେଖିଛି ଅଧୁରା
ତୋ ବିନା ଜୀବନ ଗୀତ ମୋ ବେସୁରା
ରାତି, ଦିନ ଏଇ ଦି ଆଖିରେ ନାଚେ ତୋର ଚେହେରା
ଧୂଆଁ-ଧୂଆଁ ସନ୍ଧ୍ୟାରେ ଆଜି ତୋ ବାଟ ଚାହିଁ ରହିଛି

ଆଜି ତୋର ବିରହ, ଜାଳିଦିଏ ହୃଦୟ
ତୋ କଥା ଆଜି ମୋ ଭାରି ମନେ ପଡୁଛି

ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି
ଭିଜା-ଭିଜା ରାସ୍ତାରେ ଆଜି
ତୋ ବାଟ ଚାହିଁ ରହିଛି



Credits
Writer(s): Arun Kumar Mantri
Lyrics powered by www.musixmatch.com

Link