Jamuna Ghata Re

ଯମୁନା ଘାଟରେ କିଏ ଲୋ?
ବଇଁଶୀ ବଜେଇ ଦିଏ ଲୋ

ଯମୁନା ଘାଟରେ କିଏ ଲୋ?
ବଇଁଶୀ ବଜେଇ ଦିଏ ଲୋ
ଗିରି ତୋଳି ଆସେ ମୟୁର ଚୂଳିଆ
ଗିରି ତୋଳି ଆସେ ମୟୁର ଚୂଳିଆ

ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ

କଦମ୍ବ ମୂଳରେ ଲୁଚେ ଲୋ
ଭଙ୍ଗା ନାବ ଧୀରେ ଘୁଞ୍ଚେ ଲୋ

କଦମ୍ବ ମୂଳରେ ଲୁଚେ ଲୋ
ଭଙ୍ଗା ନାବ ଧୀରେ ଘୁଞ୍ଚେ ଲୋ
ବୃନ୍ଦାବନ ଦେଖେ ଲାଜେ ଲୋ
କି ରଙ୍ଗେ କହ୍ନେଇ ନାଚେ ଲୋ?

କଣା ମାଠିଆରେ ପାଣି ଦିଏ ରାଧା
କଣା ମାଠିଆରେ ପାଣି ଦିଏ ରାଧା

ଆଞ୍ଜୁଳାରେ ପାଣି ପିଏ ଲୋ
କଣେଇ-କଣେଇ ଚାହେଁ ଲୋ
କାହ୍ନୁ ଆଞ୍ଜୁଳାରେ ପାଣି ପିଏ ଲୋ
କଣେଇ-କଣେଇ ଚାହେଁ ଲୋ

ଗଉଡ଼ ଘରର ଛୁଆ ଲୋ
ବୁଦ୍ଧି, ଶୁଦ୍ଧି ତାର ନାହିଁ ଲୋ

ଗଉଡ଼ ଘରର ଛୁଆ ଲୋ
ବୁଦ୍ଧି, ଶୁଦ୍ଧି ତାର ନାହିଁ ଲୋ
ବଙ୍କେଇ ବଙ୍କେଇ ଚାଲେ ଲୋ
ଉଙ୍କି ମାରି ଚାହୁଁଥାଏ ଲୋ

ସବୁ ଗୋପିଙ୍କୁ ସେ ରାଧା ମନେ କରି
ସବୁ ଗୋପିଙ୍କୁ ସେ ରାଧା ମନେ କରି

ବାଟେ, ଘାଟେ ଜଗିଥାଏ ଲୋ
ପଣତକୁ ଟାଣି ଦିଏ ଲୋ
କାହ୍ନୁ ବାଟେ, ଘାଟେ ଜଗିଥାଏ ଲୋ
ପଣତକୁ ଟାଣି ଦିଏ ଲୋ

ଯମୁନା ଘାଟରେ କିଏ ଲୋ?
ବଇଁଶୀ ବଜେଇ ଦିଏ ଲୋ

ଯମୁନା ଘାଟରେ କିଏ ଲୋ?
ବଇଁଶୀ ବଜେଇ ଦିଏ ଲୋ
ଗିରି ତୋଳି ଆସେ ମୟୁର ଚୂଳିଆ
ଗିରି ତୋଳି ଆସେ ମୟୁର ଚୂଳିଆ

ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ
ସିଏ ଘରେ-ଘରେ ପଶିଯାଏ ଲୋ
ଲବଣି ଲୁଚେଇ ଖାଏ ଲୋ



Credits
Writer(s): Swami Arup Nanda, Krushna Chandra
Lyrics powered by www.musixmatch.com

Link