Pakalo Paka

ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା

ଖାଇବୁ ଯେବେ ଅବଢ଼ା, ଡାଲି, ବସିଯା ବେଗେ ପକେଇ ଚକା
ଅବଢ଼ା ହାଣ୍ଡି ଲୋ, ଅବଢ଼ା ହାଣ୍ଡି ଲୋ
ହେଉଛି ବିକା, ହେଉଛି ବିକା

ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା

କେଡେ ସୁଆଦିଆ ବେସର ଡାଲି
ତା ସୁଆଦ କେବେ ନହୁଏ ଭୁଲି
କେଡେ ସୁଆଦିଆ ବେସର ଡାଲି
ତା ସୁଆଦ କେବେ ନହୁଏ ଭୁଲି

ଗୋଟି-ଗୋଟି ଅନ୍ନ କେଡେ ମଧୁର
ତା ସାଥେ ଖାଇଲେ ଶାଗ-ମହୁର
ବାଢ଼ିଦେବ ଯେବେ ସୁଆର ଟୋକା
ବାଢ଼ିଦେବ ଯେବେ ସୁଆର ଟୋକା

ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା

ଜୀବନଟା ତୋର ପାଣି ଫୋଟକା
ସଂସାର ଦାଣ୍ଡରେ ଲାଗେ ଲୋ ଦୋକା
ଜୀବନଟା ତୋର ପାଣି ଫୋଟକା
ସଂସାର ଦାଣ୍ଡରେ ଲାଗେ ଲୋ ଦୋକା

ବାସି ତୋରାଣିକୁ ମୋ ମନ ରଙ୍ଗା
ଛଡା ଚନ୍ଦନକୁ କରିଥା ଟୀକା
ତୁଣ୍ଡେ ପାଇଦେଇ ଧଣ୍ଡା ପାଦୁକା
ତୁଣ୍ଡେ ପାଇଦେଇ ଧଣ୍ଡା ପାଦୁକା

ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା

ଖାଇବୁ ଯେବେ ଅବଢ଼ା, ଡାଲି, ବସିଯା ବେଗେ ପକେଇ ଚକା
ଅବଢ଼ା ହାଣ୍ଡି ଲୋ, ଅବଢ଼ା ହାଣ୍ଡି ଲୋ
ହେଉଛି ବିକା, ହେଉଛି ବିକା

ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା
ପକା ଲୋ ପକା, କଦଳୀ ପତର ଖଣ୍ଡିଏ ପକା



Credits
Writer(s): Krushna Chandra, Paresh Ray Mohapatra
Lyrics powered by www.musixmatch.com

Link