A Ki Chhuan

ଏ କି ଛୁଆଁ?
ଏ କି ନିଆଁ?
କେମିତି ତାତି?
ଏ କେମିତି ତାତି?

ଲାଜ-ଲାଜ
ଡର-ଡର
ଅଥୟ ଛାତି
କି ଅଥୟ ତାତି?

ଜଳୁଛି ମୁଁ, ଜଳାନା
ଆଉ ଜଳାନା
ଶିହରଣ, ଦହନ
ଏ କି ଯାତନା?

ଏ କେମିତି ରାତି?
କି ଅଥୟ ତାତି?

ଆଖି ଖୋଜେ ଆଖି
ଓଠ ଖୋଜେ ଓଠ
ଛାତି ଦକ-ଦକ, ମନ ଦକ-ଦକ
ଦିଶୁନି ଆଗକୁ ବାଟ

ଇଛା ଥିଲା କେବେ
ଦେଖା ହେବା ପାଇଁ
ଦେହ ଆଉ ମନ ଏତେ ପାଖାପାଖି
କେମିତି ପାରିବି ରହି?

ଏ କି ନିଶା? କି ଯାଦୁ?
ଏ କି ଘଟଣା?
ଜଳୁଛି ମୁଁ, ଜଳାନା
ଆଉ ଜଳାନା

ଏ କେମିତି ରାତି?
କି ଅଥୟ ତାତି?

ନିଃଶ୍ୱାସର ଝଡ଼
ରକତର ବନ୍ୟା
ସହି ହୁଏ ନାହିଁ
ରହି ହୁଏ ନାହିଁ
ଛୁଇଁଲେ ବିଜୁଳି କନ୍ୟା

ବନ୍ଧ ଭାଙ୍ଗିଗଲେ
ଅମାନିଆ ନଈ
ମାଡ଼ି-ମାଡ଼ି ଯାଏ
ସବୁ ସୀମା ଡେଇଁ
ପାହାଡ଼କୁ ମାନେ ନାଇ

ଏ କି ଶୋଷ? କି ଭୋକ?
ଜାଣି ହୁଏନା
ଶିହରଣ, ଦହନ
ଏ କି ଯାତନା?

ଏ କେମିତି ରାତି?
କି ଅଥୟ ତାତି?
ଏ କେମିତି ରାତି?



Credits
Writer(s): Sirsanada, Bikash Das
Lyrics powered by www.musixmatch.com

Link