E Pahada Se Pakhey

ଏ ପାହାଡ ସେପାରେ କାହାର ଘର ରେ?
ଏ ପାହାଡ ସେପାରେ କାହାର ଘର ରେ?

ଏଇନା ମନେଥିଲା ଭୁଲିଗଲି, ଭୁଲିଗଲି
ଏଇନା ମନେଥିଲା ଭୁଲିଗଲି, ଭୁଲିଗଲି
ଯାହାହେଉ ସେତ ପ୍ରିୟ ମୋର, ପ୍ରିୟ ମୋର

ଆ, ଏ ପାହାଡ ସେପାରେ କାହାର ଘର ରେ?
ଦେଖିନାହିଁ ଜନପଦ, ଦେଖିନି ସହର
ସବୁଜ ଏ ବନଭୂଇଁ ତାହାର ତ ଭାର
ଜାଣିନି ସେ ଆପଣାର, ଜାଣିନି ସେ ପର
ବୁଝିଛି ଏତିକି ଖାଲି ପ୍ରେମ ହିଁ ସଂସାର

ତେଣୁ ମୁଁ ଡରି-ଡରି ଭଲପାଏ, ଭଲପାଏ
ତେଣୁ ମୁଁ ଡରି-ଡରି ଭଲପାଏ, ଭଲପାଏ
ଯାହାହେଉ ସେତ ଭାଗ୍ୟ ମୋର, ଭାଗ୍ୟ ମୋର

ଏ ପାହାଡ ସେପାରେ କାହାର ଘର ରେ?
ସିଏ ମୋତେ ଦେଖି ଭାବେ ମୁଁ କାଳେ ଫୁଲେ
ସେତିକିରେ ମିଳିଯାଏ ମୋ ଜୀବନ ମୂଲ
ସିଏ ମୋତେ କହେ ପୁଣି ମୁଁ କାଳେ ସୁନ୍ଦରୀ
ସେତିକି କଥାରେ ମୋର ମନ ଯାଏ ପୁରି

ବହେ ସେ, ମୁଁ ଏକା ଗଙ୍ଗାରେ, ଗଙ୍ଗାରେ
ବହେ ସେ, ମୁଁ ଏକା ଗଙ୍ଗାରେ, ଗଙ୍ଗାରେ
ଯାହାହେଉ ସେତ ଶିବ ମୋର, ଶିବ ମୋର

ଆ, ପାହାଡ ସେପାରେ ଯାହାର ଘର ରେ?

ଏଇନା ମନେଅଛି ଭୁଲିନାହିଁ, ଭୁଲିନାହିଁ
ଜନମ ଜନମ ପାଇଁ ସାଥି ମୋର, ପ୍ରିୟା ମୋର

ଆ, ପାହାଡ ସେପାରେ କାହାର ଘର ରେ?



Credits
Writer(s): Akhshay Mohanty
Lyrics powered by www.musixmatch.com

Link