Emiti Katha Han Thiba

ଏମିତି ଗପ ଚାଲିଥିବ ନା କିଛି ଆଗେଇବ?
ଏମିତି ଗପ ଚାଲିଥିବ ନା କିଛି ଆଗେଇବ?

ଆଗେଇଲେ ପୁଣି ତୁମେ ଖାଲି ପଚାରିବ

ମୋର "ହଁ" ର ମାନେ କ'ଣ?
ମୋର "ନା" ର ମାନେ କ'ଣ?
"ହଁ" ର ମାନେ କ'ଣ?
ମୋର "ନା" ର ମାନେ କ'ଣ?

ଏମିତି ସେମିତି ହୋଇ ବେଳ ଯାଏ ଗଡ଼ି
ବେଳ ଯାଏ ଗଡ଼ି ସିନା ପ୍ରୀତି ଯାଏ ବଢ଼ି
ପ୍ରୀତି ଯାଏ ବଢ଼ି ହେଲେ ସତ ହୁଏ ନାହିଁ
ସତ ସେତ ସତ ଖାଲି, ମିଛ ହବ ନାହିଁ

ଏମିତି ଖାଲି ଗପୁଥିବ ନା କିଛିଟା ଲେଖିବ?
ଏମିତି ଖାଲି ଗପୁଥିବ ନା କିଛିଟା ଲେଖିବ?

ଲେଖିଦେଲେ କିଛି ତୁମେ ପୁଣି ପଚାରିବ

ମୋର "ୟା" ର ମାନେ କ'ଣ?
ମୋର "ତା" ର ମାନେ କ'ଣ?
"ୟା" ର ମାନେ କ'ଣ?
ମୋର "ତା" ର ମାନେ କ'ଣ?

ବାଲିରେ ଲେଖିଲେ ଢେଉ ଧୋଇ ନେବ
ପଥରେ ଲେଖିଲେ ଚୁନା ହୋଇଯିବ
ହାତରେ ଲେଖିଲେ ପୋଛି ହେଇଯିବ
ହୃଦୟେ ରଖିଲେ ସେ ତ ଚିରଦିନ ଥିବ

ଚିରଦିନ ଲେଖା ଅଛି ଜଣଙ୍କର ନାମ
ଜଣଙ୍କର ନାମ ହେଲେ, କିବା ତାର କାମ?
କାମ ତାର ବହୁ ହେଲେ, ମନ କରେ ଚୋରି
ମନ କରେ ଚୋରି ହେଲେ ମନ ଦେଇକରି

ଏମିତି କଥା କହୁଥିବ ନା କିଛିଟା ବୁଝିବ?
ଏମିତି କଥା କହୁଥିବ ନା କିଛିଟା ବୁଝିବ?

ତୁମ ଛଡ଼ା ଆଉ କିଏ ମତେ ବୁଝାଇବ

ତୁମ "ନା" ର ମାନେ ହଁ
ତୁମ "ହଁ" ର ମାନେ ହଁ
ତୁମ "ନା" ର ମାନେ ହଁ
ତୁମ "ହଁ" ର ମାନେ ହଁ



Credits
Writer(s): Akhshay Mohanty
Lyrics powered by www.musixmatch.com

Link