Chahin Thili Janibaku

ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ
ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ

ପାରିଲିନି ଜିଇଁ ହାଏ
ପାରିଲିନି ଜିଇଁ ହାଏ, ଗୋଟିଏ ବି ଦିନ

ଚାହିଁଥିଲି ଗଢିବାକୁ ଗୋଟିଏ ସରଗ
ଚାହିଁଥିଲି ଗଢିବାକୁ ଗୋଟିଏ ସରଗ

ଧୋକା ଦେଇ ଗଲା ମତେ
ଧୋକା ଦେଇ ଗଲା ମତେ, ମୋହରି ସପନ

ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ

ଜୀବନଟା ଫୁଲ ହୋଇ ଫୁଟିଥିଲା ଦିନେ
ମୌଳିଲା ମରୁବନେ ଶ୍ରାବଣର ବିନେ
ଖୋଜେ ଆଜି ସେଇ ଏକ ଅଦେଖା ହାତକୁ
ଠୂପ ଯଥା ଖୋଜେ ଖାଲି ଫଗୁଣ ବାହାକୁ

ଚାହିଁଥିଲି ହେବା ପାଇଁ ଶୀତଳ ପବନ
ଚାହିଁଥିଲି ହେବା ପାଇଁ ଶୀତଳ ପବନ

ବ୍ୟଥା ଦେଇ ଫେରିଗଲା
ବ୍ୟଥା ଦେଇ ଫେରିଗଲା, ଦେହର ଫଗୁଣ

ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ

ଆଖି ଥିଲା ଦିନେ କେବେ ଫୁଲର କୁଟୀର
ସେ କୁଟୀରୁ ଚୋରି ହେଲା ସୀତାର ଶରୀର
ସେ ମନ ତ କାନ୍ଦୁଥିଲା ଅଶୋକ ବନରେ
ନିଜେ ଥିଲା ଜିଇଁ ହେଲେ ଆଉ କା' ପ୍ରାଣରେ

ଚାହିଁଥିଲି ହେବା ପାଇଁ ଚିର ଯୌବନ
ଚାହିଁଥିଲି ହେବା ପାଇଁ ଚିର ଯୌବନ

ସେ ଚାହିଁବା ହେଲା ମୋର
ସେ ଚାହିଁବା ହେଲା ମୋର, ମରଣ କାରଣ

ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ
ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ

ପାରିଲିନି ଜିଇଁ ହାଏ
ପାରିଲିନି ଜିଇଁ ହାଏ, ଗୋଟିଏ ବି ଦିନ

ଚାହିଁଥିଲି ଗଢିବାକୁ ଗୋଟିଏ ସରଗ
ଚାହିଁଥିଲି ଗଢିବାକୁ ଗୋଟିଏ ସରଗ

ଧୋକା ଦେଇ ଗଲା ମତେ
ଧୋକା ଦେଇ ଗଲା ମତେ, ମୋହରି ସପନ

ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ
ଚାହିଁଥିଲି ଜିଇଁବାକୁ ୧୦୦୦ ବରଷ

୧୦୦୦ ବରଷ
୧୦୦୦ ବରଷ



Credits
Writer(s): Akshaya Mohanty
Lyrics powered by www.musixmatch.com

Link