Kanhu Re Mo Kanhu

କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ

କହିବୁକି ସତ କହିବୁ କି? କହିବୁକି ସତ କହିବୁ କି?
ହାଣ୍ଡିରେ ହାଣ୍ଡିଏ ଲହୁଣୀ ଥିଲା

ସତ କହ ଖାଇଛୁ କି ଧନ ରେ?
ସତ କହ ଖାଇଛୁ କି ଧନ ରେ?

କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ

ମା ଲୋ ମା ମୋ ସୁନା ମା, ମା ଲୋ ମା ମୋ ସୁନା ମା
ମା ଲୋ ମା ମୋ ସୁନା ମା, ମା ଲୋ ମା ମୋ ସୁନା ମା
ଦେଖିଛୁ କି ମୋତେ ଦେଖିଛୁ କି?
ଦେଖିଛୁ କି ମୋତେ ଦେଖିଛୁ କି?

ଯାଇଥିଲି ପରା ଗାଈଗୋଠ ନେଇ, ସାରାଦିନ ମୁଁ ଘରେ ଥିଲି କି?
ସକାଳ ପହରୁ ଗାଈଗୋଠ ନେଇ ଯାଇଥିଲି ମଧୁବନ
ଥକି ମୁଁ ଯାଇଛି, ଭୋକ ବି ଲାଗୁଛି, ଖାଇନାଇ ସାରା ଦିନ
ସକାଳ ପହରୁ ଗାଈଗୋଠ ନେଇ ଯାଇଥିଲି ମଧୁବନ
ଥକି ମୁଁ ଯାଇଛି, ଭୋକ ବି ଲାଗୁଛି, ଖାଇନାଇ ସାରା ଦିନ

ମା ଦବୁକି କହ? ମା ଦବୁକି କହ?
ମା ଦବୁକି କହ? ମା ଦବୁକି କହ?

ଭୋକରେ ମୋ ପେଟ ପୋଡ଼ି ଯାଏ ରେ
ଭୋକ ରେ ମୋ ପେଟ ପୋଡ଼ି ଯାଏ ରେ

କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ

କହିବୁକି ଧନ କହିବୁ କି? କହିବୁକି କାହ୍ନା କହିବୁ କି?

ସାହି ପଡିଶା ରୁ ଲହୁଣୀ ଚୋରାଇ, ସତକହ ଖାଇଛୁ କି ଧନରେ?
ସତକହ ଖାଇଛୁ କି ଧନରେ?

କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ

ଲହୁଣୀ ଖାଇବା ଦୂରର କଥା, ମା ଦେଖିନାହିଁ ଦେଖିନାହିଁ
କଉଠି ଲୁଚାଇ ରଖିଛୁ ଶିକାରେ, ଜାଣି ନାହିଁ ଜାଣି ନାହିଁ
ଲହୁଣୀ ଖାଇବା ଦୂରର କଥା, ମା ଦେଖିନାହିଁ ଦେଖିନାହିଁ
କଉଠି ଲୁଚାଇ ରଖିଛୁ ଶିକାରେ, ଜାଣି ନାହିଁ ଜାଣି ନାହିଁ

ଭାବିଛୁ କି ମା ଭାବିଛୁ କି?
ଭାବିଛୁ କି କେବେ ଭାବିଛୁ କି?
ମୁଁ କେଡ଼େ ଛୋଟିଆ ମୋ ହାତ ଛୋଟିଆ
ଶିକାକୁ ମୋ ହାତ ପାଇବ କି?

ତୋ ନାଲିଆ ଓଠ କଳା ହେଲା କେମିତି?
ତୋ ମୁହଁ ରେ ସର ଲାଗିଅଛି କେମିତି?

ସତକଥା କହିବୁକି ଧନ ରେ?
ସତକଥା କହିବୁକି ଧନ ରେ?

କାହ୍ନୁ ରେ, ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ
ଡାକିଲେ ଯଶୋଦା ମୋ କାହ୍ନୁ ରେ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link